ବିଂଶ ଶତାବ୍ଦୀର ପ୍ରାରମ୍ଭରେ ନାଟ୍ୟାଚାର୍ଯ୍ୟ ଗଣକବି ଗୋପାଳ ଦାଶ ଓଡିଆ ଯାତ୍ରା ଓ ଗୀତାଭିନୟ ଜଗତର ଏକ ଅସାଧାରଣ ପ୍ରତିଭା ଥିଲେ । ତତକାଳୀନ ରୁଚିହୀନ ଓ ଅନାକର୍ଷଣୀୟ ଓଡିଆ ଯାତ୍ରାକୁ ଯୁଗରୁଚି ଓ ଦର୍ଶକ ପ୍ରିୟ କରାଇବାରେ ସେ ଏକ ମହତ୍ତ୍ବପୂର୍ଣ୍ଣ ଭୂମିକା ନିର୍ବାହ କରିଥିଲେ । ସେ ୧୮୭୬ ମସିହା ମେ ୩୦ ତାରିଖରେ ବର୍ତ୍ତମାନର କେନ୍ଦ୍ରାପଡ଼ା ଜିଲ୍ଲାର ପଳାସିଂହା ଗ୍ରାମରେ ଜନ୍ମଗ୍ରହଣ କରିଥିଲେ । ୧୮୯୮ ମସିହାରୁ ୧୯୩୯ ମସିହା ଭିତରେ ସେ ପ୍ରାୟ ୭୨ଖଣ୍ଡ ଗୀତାଭିନୟ, ବହୁ ସୁଆଙ୍ଗ, ଫାର୍ଶ, ଜଣାଣ, ଛାନ୍ଦ, ଚଉତିଶା ରଚନା କରି ଓଡିଆ ସାରସ୍ବତ ଭଣ୍ଡାରକୁ ସମୃଦ୍ଧ କରିଯାଇଛନ୍ତି । ସେ ଏକାଧାରରେ ଜଣେ ନାଟ୍ୟକାର, ସଂଗୀତଜ୍ଞ, ବାଦ୍ୟଶିଳ୍ପୀ, ନାଟ୍ୟ ନିର୍ଦ୍ଦେଶକ, ଓ କଳା ନିର୍ଦ୍ଦେଶକ ଭାବେ ମାତ୍ର ୨୨ବର୍ଷରେ ନିଜସ୍ବ ଯାତ୍ରାପାର୍ଟି ଗଠନ କରି ବଙ୍ଗ,ବିହାର, ଓଡିଶାରେ ଦୀର୍ଘ ୪୦ବର୍ଷ ଯାତ୍ରାଭିନୟ ପ୍ରଦର୍ଶନ କରି ଅଜସ୍ର ପ୍ରଶଂସା ସାଉଁଟି ଥିଲେ । ଏହି ମହାନ ନାଟ୍ୟାଚାର୍ଯ୍ଯଙ୍କ ୧୫୦ ତମ ଜନ୍ମବାର୍ଷିକ ଅବସରରେ କେନ୍ଦ୍ରାପଡ଼ା ଜିଲ୍ଲା ସାହିତ୍ଯ ପରିଷଦ ଆନୁକୂଲ୍ଯରେ ପ୍ରସିଦ୍ଧ ପ୍ରକାଶନୀ "ବ୍ଲାକ ଇଗଲ୍' ପକ୍ଷରୁ 'ଗଣକବି ଗୋପାଳ ଦାଶ ସଂଗୃହୀତ ରଚନାବଳୀ' ପ୍ରକାଶିତ ।
外文書商品之書封,為出版社提供之樣本。實際出貨商品,以出版社所提供之現有版本為主。部份書籍,因出版社供應狀況特殊,匯率將依實際狀況做調整。
無庫存之商品,在您完成訂單程序之後,將以空運的方式為你下單調貨。為了縮短等待的時間,建議您將外文書與其他商品分開下單,以獲得最快的取貨速度,平均調貨時間為1~2個月。
為了保護您的權益,「三民網路書店」提供會員七日商品鑑賞期(收到商品為起始日)。
若要辦理退貨,請在商品鑑賞期內寄回,且商品必須是全新狀態與完整包裝(商品、附件、發票、隨貨贈品等)否則恕不接受退貨。